ରେଳ ଲାଇନ୍ ରେ ପଥର ଧସି ୩ ମୃତ

ରାୟଗଡା: କୋରୋପୁର-କିରୁଣ୍ଡୁଲ ରେଳ ଲାଇନ୍ ରେ ପଥର ଧସିବା ଫଳରେ ଜଣେ ରେଳ କର୍ମଚାରୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ କାତାରା ବିରା ସ୍ୱାମୀ (୫୪), ଚୁକା ସୁରୀ ବାବୁ (୪୫) ଓ ସୁରେଶ (୪୨)। ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସୁଙ୍ଗି ବ୍ୟାରୁକୁ କୋଟା ମେଡିକାଲରେ ଭର୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା କେଜିଏଚ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ବୋରା କେଭ-ଚିମିଡ଼ିପଲ୍ଲୀ ଷ୍ଟେସନ ମଧ୍ୟରେ ପଥର ଧସିଥିଲା। ଖବର ପାଇ ରେଳ କର୍ମଚାରୀ ଓ ଶ୍ରମିକମାନେ ଘଟଣା ସ୍ଥଳରେ ପହଂଚି ରେଳ ଲାଇନରୁ ପଥର ହଟାଉଥିଲେ। ଏହି ସମୟରେ ପୁଣି ପଥର ଧସିବା ଯୋଗୁ ଶ୍ରମିକମାନେ ଚାପି ହୋଇ ଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ୨ ଶ୍ରମିକ ବିରା ସ୍ୱାମୀ ଓ ସୁରୀ ବାବୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରାସ୍ତାରେ ରେଳ କର୍ମଚାରୀ ସୁରେଶଙ୍କ ମୃତ୍ୟୁ ହୋଇଥିଲା।