ମାଟି ଅତଡା ଖସି ୩ ମୃତ, ୨ଗୁରୁତର

କୋରାପୁଟ : ମାଟି ଅତଡା ଖସି ୩ ମୃତ ଓ ୨ ଗୁରୁତର । କୋରାପୁଟ ପଟାଙ୍ଗୀର କରଞ୍ଜିଗୁଡ଼ା ପାହାଡ଼ରୁ ମାଟି ଅତଡ଼ା ଖସି ଦୁଇ ମହିଳାଙ୍କ ସମେତ ୩ ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ପଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସୂଚନା ଅନୁସାରେ ପାହାଡ଼ୁକୁ ଚୂନମାଟି ଖୋଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ମୋଟ ୧୦ ଜଣ ଲୋକ ଚୁନମାଟି ଖୋଳିବା ପାଇଁ ଯାଇଥିଲେ । ହଠାତ ପାହାଡ଼ରୁ ମାଟି ଅତଡ଼ା ଖସି ପଡ଼ିବାରୁ ୩ ଜଣ ମୃତ୍ୟୁ ବରଣ କରିଥିଲେ ।