କଟକ: ଚୌଦ୍ୱାର ଅଂଚଳରେ କୋରୋନା ସନ୍ଦେହରେ ୩ ଜଣଙ୍କୁ ହୋମ ଆଇସଲୋସେନରେ ରଖାଯାଇଛି । ତେବେ ଏହି ତିନି ଜଣ ସ୍ପେନରୁ କିଛିଦିନ ପୂର୍ବରୁ ଫେରିଥିବା ଜଣାପଡିଛି ।
ଯାହାର ଖବର ପାଇ କମିଶନରେଟ ପୋଲିସ ସେମାନଙ୍କୁ ଯୋଗାଯୋଗ କରିଥିଲେ । ପରେ କମିଶନରେଟ ପୋଲିସ ଏ ବିଷୟରେ ସିଡିଏମଓଙ୍କୁ ଜଣାଇଥିଲେ । ସିଡିଏମଓ ଏ ବିଷୟରେ ଜାଣିବା ପରେ ହୋମ ଆଇସୋଲେସନରେ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ।