ରାଜ୍ୟ ସରକାର ଦେଲେ ତିନି କରୋନା ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର : ଆଜି ସକାଳେ ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ତିନି ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ସଂପୃକ୍ତ ତିନି କରୋନା ଆକ୍ରାନ୍ତଙ୍କ ଭିତରୁ ଦୁଇ ସୁରତ ଫେରନ୍ତା ବୋଲି ଜଣାଯାଇଛି। ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟଙ୍କର ବୟସ ଯଥାକ୍ରମେ ୧୭ ଓ ୨୨ ବର୍ଷ ଓ ସେଦୁହେଁ ପୁରୁଷ ବୋଲି ଜଣାଯାଇଛି। ଉଭୟଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନଥିଲା।

ଅପରପକ୍ଷରେ ଝାରସୁଗଡ଼ା ଜିଲ୍ଲାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ମହିଳାଙ୍କ ବୟସ ୪୦ ବର୍ଷ ବୋଲି ସୂଚନା ଦିଆଯାଇଛି। ସେ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି।