ଆଜି ପୁଣି କରୋନାରେ ୩ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ଯୋଗୁ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ୩ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି।


ମୃତକ ୩ ଜଣ ପୁରୁଷ ହୋଇଥିବା ବେଳେ ସେମାନେ ଗଞ୍ଜାମ ଜିଲ୍ଲା।  ସେମାନଙ୍କ ମଧ୍ୟରୁ ଜଣେ ୫୬ ବର୍ଷୀୟ ବୃଦ୍ଧ ଅଛନ୍ତି,ସେ ପୂର୍ବ ମଧୂମେହରେ ପୀଡ଼ିତ  ଥିଲେ। ଜଣେ ୬୫ ବର୍ଷୀୟଙ୍କ ମୃତ୍ୟୁ ହୋଇଛି, ଯିଏକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବ୍ୟତୀତ  ଜିଲ୍ଲାର ଜଣେ ୫୦ ବର୍ଷୀୟ ଯୁବକ ମଧ୍ୟ ଥିବା ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାରେ  ମୃତକଙ୍କ ସଂଖ୍ୟା ସର୍ବାଧିକ ୩୯ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୯ ଜଣ, କଟକ ଜିଲ୍ଲାରେ ୬ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି। ଏହାବ୍ୟତୀତ ପୁରୀ ଜିଲ୍ଲାରେ ୨ ଜଣ,  ଅନୁଗୁଳ, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଓ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ରାୟଗଡ଼ା ଜିଲ୍ଲାରେ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।