କଟକରୁ ଆଜି ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ମହାନଗରରୁ ଆଜି ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ୩ କରୋନା ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ ଜଣେ ପେଡ୍‌ କ୍ୱାରେଣ୍ଟିନରେ ଥିବା ବେଳେ ଜଣେ ଘରୋଇ ସଙ୍ଗରୋଧରେ ଥିଲେ। ଅନ୍ୟ ଜଣେ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଦିଆଯାଇଛି।


ଏମାନଙ୍କ ଭିତରୁ ମାଣିକଘୋଷ ବଜାରର ଜଣେ ୫୯ ବର୍ଷିୟ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଘରୋଇ ସଙ୍ଗରୋଧରେ ଥିଲେ। ପଶ୍ଚିମବଙ୍ଗ ଫେରନ୍ତା ୬୨ ବର୍ଷିୟ ଜଣେ ବୃଦ୍ଧ ପେଡ୍‌ କ୍ୱାରେଣ୍ଟିନରେ ଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକର ଏକ ଘରୋଇ ନର୍ସିଂହୋମର ଜଣେ ୫୮ ବର୍ଷିୟ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଜଣେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି।

କଟକ ମହାନଗର ନିଗମ ଅଞ୍ଚଳରେ ଏଯାବତ୍ ମୋଟ୍ ୧୯୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇ ସାରି ଘରକୁ ଫେରିଲେଣି। ୧୬୯ଜଣ ସକ୍ରିୟ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ଅପରପକ୍ଷରେ କଟକର ଏସସିବି, ସିଟି ହସ୍ପିଟାଲ୍, ଶିଶୁଭବନ ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଅତି ଜରୁରୀ ନଥିଲେ ନ ଯିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ସଟଡାଉନ ସମୟ ସୀମା ମଧ୍ୟରେ ସଂକ୍ରମଣ ଚେନ ଭାଙ୍ଗିବାକୁ ବୋଲି ଜିଲ୍ଲାପାଳ କହିଛନ୍ତି ।