ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଗଡିବ ୨ୟ ତେଜସ୍ ଏକ୍ସପ୍ରେସ୍

ମୁମ୍ବାଇ: ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୨ୟ ତେଜସ୍ ଏକ୍ସପ୍ରେସ୍ ଚଳାଚଳ ହେବ । ତେବେ ଜାନୁଆରି ୧୭ରୁ ଏହି ଟ୍ରେନ୍ ଗଡିବ ବୋଲି ପଶ୍ଚିମ ରେଳବାଇର ମୁଖ୍ୟ ପ୍ରବକ୍ତା ରବିନ୍ଦର ଭାକଡ଼ କହିଛନ୍ତି।

ତେବେ ବାଣିଜ୍ୟିକ ଚଳାଚଳ ଜାନୁଆରି ୧୯ ତାରିଖରୁ ଅହମ୍ମଦାବାଦରୁ ଆରମ୍ଭ ହେବ। ଆଇଆରସିଟିସି ପରିଚାଳନାରେ ଚାଲୁଥିବା ଏହି ଟ୍ରେନ୍‌ରେ ଯାତ୍ରୀଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ମିଳୁଛି। ଅହମ୍ମବାଦ ଓ ମୁମ୍ବାଇର ଦୂରତାକୁ ଉକ୍ତ ଟ୍ରେନ୍ ସାଢ଼େ ୬ ଘଂଟା ମଧ୍ୟରେ ପୂର୍ଣ୍ଣ କରିବ। ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟ୍ରେନରେ ସ୍ଲାଇଡିଂ ଡୋର୍‌, ପଢ଼ିବା ପାଇଁ ଲାଇଟ୍‌, ମୋବାଇଲ ଚାର୍ଜି ପଏଂଟ, ଆଟେଣ୍ଡାଂଟ କଲ୍ ବଟନ, ବାୟୋ ଟଏଲେଟ, ସ୍ୱଂୟକ୍ରିୟ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର, ସିସିଟିଭି କ୍ୟାମେରା, ଆରାମ ଦାୟକ ସିଟ୍ ଆଦି ରହିଛି ବୋଲି ଶ୍ରୀ ଭାକଡ଼ କହିଛନ୍ତି।

ଗୁରୁବାର ବ୍ୟତୀତ ଏହି ଟ୍ରେନ୍ ସପ୍ତାହରେ ୬ ଦିନ ଚାଲିବ। ଅହମ୍ମଦାବାଦରୁ ଏହି ଟ୍ରେନ୍ ସକାଳ ୬ଟା ୪୦ରୁ ଛାଡ଼ି ମୁମ୍ବାଇରେ ଅପରାହ୍ଣ ୧ଟଶ ୧୦ ମିନିଟରେ ପହଂଚିବ। ସେହିଭଳି ମୁମ୍ବାଇରୁ ଏହି ଟ୍ରେନ୍ ଅପରାହ୍ଣ ୩ଟା ୪୦ରୁ ବାହାରି ଅହମ୍ମଦାବାଦରେ ରାତି ୯ଟା ୫୫ରେ ପହଂଚିବ।