ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
Update on newly detected & cured #COVID19 cases in the last 24 hrs under the BMC area on 22nd Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/QcO5sCyJRk— BMC (@bmcbbsr) August 22, 2020
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସଂଗରୋଧରୁ ୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ କେବଳ ଜଣେ ବ୍ୟକ୍ତିଙ୍କର ଯାତ୍ରା ବିବରଣୀ ରହିଛି। କିଟ୍ ପରିସରରୁ ୧୧ ଜଣ, ରିଜର୍ଭ ପୁଲିସ କଲୋନିରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଆଜି ସ୍ଥାନୀୟ ସଂକ୍ରମଣ ଯୋଗୁଁ ୧୪୨ ଜଣ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଚନ୍ଦ୍ରଶେଖରପୁରରୁ ୫ ଜଣ, ଚନ୍ଦ୍ରଶେଖରପୁର ଏଚ୍ବି କଲୋନି, ୟୁନିଟ-୮ରୁ ୪ ଜଣ ଲେଖାଏଁ, ଖାରବେଳ ନଗର, ରସୁଲଗଡ଼, ଭିଏସ୍ଏସ୍ ନଗରରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱରରୁ ଆଜି ମୋଟ ୧୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଜୟଦେବ ବିହାରସ୍ଥିତ ଏକ ହୋଟେଲରୁ ୧୭ ଜଣ, ବଡ଼ଗଡ଼ ବ୍ରିଟ କଲୋନିରୁ ୧୨ ଜଣ, ଫରେଷ୍ଟ ପାର୍କ ଅଂଚଳରୁ ୮ ଜଣ, ଚିନ୍ତାମଣିଶ୍ୱରରୁ ୫ ଜଣ ଆକ୍ରାନ୍ତ ଅଛନ୍ତି।