ଭୁବନେଶ୍ୱର: ଆଜି ରାଜ୍ୟରେ ୨୯୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୨୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ହଜାର ୪୭୯କୁ ବୃଦ୍ଧି ପାଇଛି।
Covid-19 Report For 23rd August
New Positive Cases: 2949
In quarantine: 1826
Local contacts: 1123(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 88
3. Bargarh: 62
4. Bhadrak: 66
5. Balangir: 57— I & PR Department, Odisha (@IPR_Odisha) August 24, 2020
ଆଜି କଟକ ଜିଲ୍ଲାରୁ ସର୍ବାଧିକ ୫୮୯, ଖୋର୍ଦ୍ଧା ଜିଲ୍ଲାରୁ ୪୭୪, ଯାଜପୁରରୁ ୨୧୫, କୋରାପୁଟରୁ ୧୮୧, ଗଞ୍ଜାମ ଜିଲ୍ଲାରୁ ୧୭୯, ମୟୂରଭଞ୍ଜ ଜିଲ୍ଲାରୁ ୧୫୬, ରାୟଗଡ଼ା ଜିଲ୍ଲାରୁ ୧୪୩, ସମ୍ବଲପୁର ଜିଲ୍ଲାରୁ ୧୦୪, ନୟାଗଡ଼ ଜିଲ୍ଲାରୁ ୯୩, ବାଲେଶ୍ୱର ଜିଲ୍ଲାରୁ ୮୮, ପୁରୀ ଜିଲ୍ଲାରୁ ୮୬, ସୁନ୍ଦରଗଡ଼ ଜିଲ୍ଲାରୁ ୮୧, ମାଲକାନଗିରି ଜିଲ୍ଲାରୁ ୭୮, ଭଦ୍ରକ ଜିଲ୍ଲାରୁ ୬୬, ବରଗଡ଼ ଜିଲ୍ଲାରୁ ୬୨, ବଲାଙ୍ଗୀର ଜିଲ୍ଲାରୁ ୫୭, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୬, ଜଗତସିଂହପୁର ଜିଲ୍ଲାରୁ ୫୧, କନ୍ଧମାଳ ଜିଲ୍ଲାରୁ ୩୪, କଳାହାଣ୍ଡି ଓ କେନ୍ଦୁଝରରୁ ୩୦ ଜଣ ଲେଖାଏଁ, ନବରଙ୍ଗପୁର ଓ ସୁବର୍ଣ୍ଣପୁରରୁ ୨୬ ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୨୦, ଢେଙ୍କାନାଳ ଜିଲ୍ଲାରୁ ୧୩, ଗଜପତି ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ ଲେଖାଏଁ, ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।