ରାଜ୍ୟରେ ଖସୁଛି କରୋନା ମିଟର, ୨୪ ଘଣ୍ଟାରେ ୨୮୫୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଆଜି ରାଜ୍ୟରେ ୨୮୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୫୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୯ ହଜାର ୬୯୩କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୫, ଗଞ୍ଜାମ ଜିଲ୍ଲାରୁ ୩୯, ବଲାଙ୍ଗୀର ଜିଲ୍ଲାରୁ ୯୭, ବାଲେଶ୍ବର ଜିଲ୍ଲାରୁ ୧୧୬, କୋରାପୁଟ ଜିଲ୍ଲାରୁ ୪୬, ଭଦ୍ରକରୁ ୬୬, ରାୟଗଡ଼ା ଜିଲ୍ଲାରୁ ୨୯, ପୁରୀ ଜିଲ୍ଲାରୁ ୧୧୪, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୩, ଜଗତସିଂହପୁର ଜିଲ୍ଲାରୁ ୬୮, ସମ୍ବଲପୁର ଜିଲ୍ଲାରୁ୧୧୩, କଳାହାଣ୍ଡି ଜିଲ୍ଲାରୁ ୧୦୫, ଯାଜପୁର ଜିଲ୍ଲାରୁ ୯୯, କନ୍ଧମାଳ ଜିଲ୍ଲାରୁ ୪୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୧, ମାଲକାନଗିରି ଜିଲ୍ଲାରୁ ୬୧, ଗଜପତି ଜିଲ୍ଲାରୁ ୧୯, ମୟୂରଭଞ୍ଜ ଜିଲ୍ଲାରୁ ୧୨୭ , ଝାରସୁଗୁଡ଼ା ଜିଲ୍ଲାରୁ ୧୦୫, ଢେଙ୍କାନାଳ ଜିଲ୍ଲାରୁ ୪୩, ନବରଙ୍ଗପୁର ଜିଲ୍ଲାରୁ ୯୨, କେନ୍ଦୁଝର ଜିଲ୍ଲାରୁ ୬୭, ସୁବର୍ଣ୍ଣପୁର ଜିଲ୍ଲାରୁ ୭୯, ଅନୁଗୁଳ ଜିଲ୍ଲାରୁ ୧୩୧, ବରଗଡ଼ ଜିଲ୍ଲାରୁ ୯୫, ନୂଆପଡ଼ା ଜିଲ୍ଲାରୁ ୮୩, ଦେବଗଡ଼ରୁ ୧୬ ଓ ବୌଦ୍ଧ ଜିଲ୍ଲାରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୮୮ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।