ଆଜି ରାଜ୍ୟରେ ୨୭୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଜି ଆଉ ୨୭୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୦୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ୩୦ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୨୩୧କୁ ବୃଦ୍ଧିପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୩, କଟକ ଜିଲ୍ଲାରୁ ୨୪୭, ଯାଜପୁର ଜିଲ୍ଲାରୁ ୨୧୭ ଓ ଗଞ୍ଜାମ ଜିଲ୍ଲାରୁ ୨୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ ୧୭୭, କୋରାପୁଟରୁ ୧୭୪, ପୁରୀରୁ ୧୪୪, ମୟୂରଭଞ୍ଜରୁ ୧୩୭, ବାଲେଶ୍ୱରରୁ ୧୨୯, ନୟାଗଡ଼ରୁ ୧୦୩, ଜଗତସିଂହପୁର ଓ ମାଲକାନଗିରିରୁ ୧୦୧ ଲେଖାଏଁ, କେନ୍ଦ୍ରାପଡ଼ାରୁ ୯୭, କନ୍ଧମାଳରୁ ୯୫, ଗଜପତିରୁ ୬୦, ଭଦ୍ରକ ଜିଲ୍ଲାରୁ ୫୮, ସମ୍ବଲପୁର ଜିଲ୍ଲାରୁ ୫୫, ସୁନ୍ଦରଗଡ଼ ଜିଲ୍ଲାରୁ ୪୪, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୨୮ ଲେଖାଏଁ, ନବରଙ୍ଗପୁର ଜିଲ୍ଲାରୁ ୨୭, ଅନୁଗୁଳ ଜିଲ୍ଲାରୁ ୨୩, କଳାହାଣ୍ଡି ଜିଲ୍ଲାରୁ ୧୬, ଝାରସୁଗୁଡ଼ା ଜିଲ୍ଲାରୁ ୧୫, ବଲାଙ୍ଗୀର ଜିଲ୍ଲାରୁ ୧୪, ବୌଦ୍ଧ ଜିଲ୍ଲାରୁ ୧୧, ନୂଆପଡ଼ା ଜିଲ୍ଲାରୁ ୮, ଦେବଗଡ଼ ଜିଲ୍ଲାରୁ ୬, ଢେଙ୍କାନାଳ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୫୬୯୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୨୬ ରହିଛି।