ରିୟାଦରେ ସ୍ବତନ୍ତ୍ର ଓଡିଶା ଉତ୍ସବ , ପାରମ୍ପରିକ ଓଡିଆ ନୃତ୍ୟଗୀତରେ କମ୍ପିଲା ମଞ୍ଚ

ଭାରତୀୟ ରାଷ୍ଟ୍ରଦୂତ ଡକ୍ଟର ଆୟୁଫ ସୟଦ ଓ ଆସମାକ ଗ୍ରୁପର ଅଧ୍ୟକ୍ଷ ଦେବ ମହାନ୍ତି ଯୋଗ ଦେଇ ଓଡିଆ ମାନଙ୍କୁ କଲେ ଉତ୍ସାହିତ

ଭୁବନେଶ୍ବର : ରିୟାଦରେ ସ୍ବତନ୍ତ୍ର ଓଡିଆ ଉତ୍ସବ ପାଳିତ ହୋଇଯାଇଛି । ରିୟାଦରେ ବାସ କରୁଥିବା ପ୍ରବାସୀ ଓଡିଆଙ୍କ ସଙ୍ଗଠନ ରିୟାଦ ଓଡିଶା ପକ୍ଷରୁ ସ୍ବତନ୍ତ୍ର ଉତ୍ସବ ରୋସା ଆୟୋଜନ କରାଯାଇଥିଲା । ଏଥିରେ ରିୟାଦରେ ରହୁଥିବା ଓଡିଆ ଲୋକେ ଥିବା ଏକାଠି ହୋଇଥିଲେ । ରିୟାଦରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଡକ୍ଟର ଆୟୁଫ ସୟଦ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଆସମାକ ଗ୍ରୁପର ଅଧ୍ୟକ୍ଷ ବିଶିଷ୍ଟ ଶିଳ୍ପପତି ସମାଜସେବୀ ଦେବ ମହାନ୍ତି ସମ୍ମାନୀତ ଅଧିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ରାଜିକ ଓାକେଲ, ଉପଦେଷ୍ଟା ଫିଜୁଲ ହକ, ଇଞ୍ଜିନୟର ଦେବେଶ ଏବଂ ସମସେର ଅଲ୍ଲୀ ପ୍ର ମ୍ମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ଓଡିଆରେ ଶ୍ଲୋକ, କବିତା ପାଠକରାଯିବା ସହ ସାଂସୃତିକ କାର୍ଯ୍ୟକ୍ରମରେ ହୋଇଥିଲା ।  ଓଡିଆ ସଂସ୍କୃତି ଓ ପରମ୍ପରା ସହ  ଜଡିତ ନୃତ୍ୟ ଗୀତ ଓ ନାଟକ ପରିବେଷଣ କରାଯାଇଥିଲା । ଦେଶ ବାହାରେ ରିୟାଦରେ ରହୁଥିବା ଓଡିଆ ମାନେ ଏହି କାର୍‌ୟକ୍ରମରେ ଏକାଠି ହୋଇ ଥିଲେ ।