ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୦୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
20 from Kandhamal
18 from Gajapati
17 from Anugul
5 from DeogarhThe total recovered cases of Odisha now stand at 108001
— H & FW Dept Odisha (@HFWOdisha) September 10, 2020
ସୁସ୍ଥ ହୋଇଥିବା ୨୭୦୬ ଜଣଙ୍କ ମଧ୍ୟରୁ ୪୧୧ ଜଣ କଟକରୁ, ୩୫୪ ଜଣ ଖୋର୍ଦ୍ଧା, ୨୩୩ ଜଣ ମୟୁରଭଞ୍ଜରୁ, ୧୭୩ ଜଣ ଗଞ୍ଜାମରୁ, ୧୫୨ ଜଣ ନୟାଗଡରୁ, ୧୩୯ ବରଗଡରୁ, ୧୩୨ ଜଣ ପୁରୀରୁ, ୧୦୧ ଜଣ ରାୟଗଡାରୁ, ୯୩ ଜଣ ଝାରସୁଗୁଡାରୁ, ୯୨ ଜଣ ଯାଜପୁରରୁ, ୮୨ ଜଣ କେନ୍ଦୁଝରରୁ, ୮୧ ଜଣ ସମ୍ବଲପୁରରୁ, ୭୫ ଜଣ ଜଗତସିଂହପୁରରୁ, ୬୬ ଜଣ କେନ୍ଦ୍ରାପଡାରୁ, ୬୫ ଜଣ ଢେଙ୍କାନାଳରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ୨୪ ଜଣ ସୋନପୁରରୁ, ୫୩ ଜଣ ଭଦ୍ରକରୁ, ୬୫ ଜଣ କୋରାପୁଟରୁ, ୫୨ ଜଣ ନବରଙ୍ଗପୁରରୁ, ୩୮ ଜଣ ବାଲେଶ୍ୱରରୁ, ୩୪ ଜଣ ସୁନ୍ଦରଗଡରୁ, ୨୭ ଜଣ ମାଲକାନଗିରିରୁ, ୨୫ ଜଣ ବଲାଙ୍ଗିରରୁ, ୨୩ ଜଣ ବୌଦ୍ଧରୁ, ୨୩ ଜଣ ନୂଆପଡାରୁ, ୨୦ ଜଣ କନ୍ଧମାଳରୁ, ୧୮ ଜଣ ଗଜପତିରୁ, ୧୭ ଜଣ ଅନୁଗୁଳ ଓ ୫ ଜଣ ଦେବଗଡ ଓ କଳାହାଣ୍ଡିରୁ ୩୩ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଏହାକୁ ମିଶାଇ ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧,୦୮,୦୦୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।