ଭୁବନେଶ୍ୱର: ରାଜ୍ୟରେ ଆଉ ୨୬୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୫୭୬ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୧୨୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୬ ହଜାର ୮୩୯ ରେ ପହଞ୍ଚିଛି । ଏହାଛଡ଼ା ଆକ୍ଟିଭ କେସ ୨୮ ହଜାର ୮୧୧ଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୨ଲକ୍ଷ ୧୬ ହଜାର ୯୮୪ରେ ପହଞ୍ଚିଛି ।
Covid-19 Report For 8th October
New Positives Cases: 2697
In quarantine: 1576
Local contacts: 1121(Details of local contacts will be shared by concerned District Administration)
District Wise Cases
1. Angul: 107
2. Balasore: 115
3. Bargarh: 86
4. Bhadrak: 66
5. Balangir: 62— I & PR Department, Odisha (@IPR_Odisha) October 9, 2020
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୦୭, ବାଲେଶ୍ୱରରେ ୧୧୫, ବରଗଡ଼ରେ ୮୬, ଭଦ୍ରକରେ ୬୬, ବଲାଙ୍ଗୀରରେ ୬୨, ବୌଦ୍ଧରେ ୩୧, କଟକରେ ୨୩୪, ଦେବଗଡ଼ରେ ୧୫, ଢେଙ୍କାନାଳରେ ୪୫, ଗଜପତିରେ ୮, ଗଞ୍ଜାମରେ ୪୫, ଜଗତସିଂହପୁରରେ ୬୫, ଯାଜପୁରରେ ୧୧୮, ଝାରସୁଗୁଡ଼ାରେ ୭୭, କଳାହାଣ୍ଡିରେ ୪୫, କନ୍ଧମାଳରେ ୩୪, କେନ୍ଦ୍ରାପଡ଼ାରେ ୬୯, କେନ୍ଦୁଝରରେ ୭୫, ଖୋର୍ଦ୍ଧାରେ ୪୮୨, କୋରାପୁଟରେ ୪୫, ମାଲକାନାଗିରିରେ ୪୦, ମୟୂରଭଞ୍ଜରେ ୧୩୪, ନବରଙ୍ଗପୁରରେ ୫୧, ନୟାଗଡ଼ରେ ୩୮, ନୂଆପଡ଼ାରେ ୧୫୩, ପୁରୀରେ ୬୪, ରାୟଗଡ଼ାରେ ୩, ସମ୍ବଲପୁରରେ ୧୦୭, ସୋନପୁରରେ ୬୯ ଓ ସୁନ୍ଦରଗଡ଼ରେ ୧୨୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ଷ୍ଟେଟ ପୁଲରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି ।