ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଦୁ୍ତ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟର ସମାକ୍ଷା

ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ସମସ୍ୟା ଉପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କୁ ଅବଗତ କଲେ

ଭୁବନେଶ୍ୱର : ଆଜି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ବିଭିନ୍ନ ବିଦୁ୍ୟତ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଧାନସଭାସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ବିଦ୍ୟୁତ ସମସ୍ୟା ଉପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କୁ ଅବଗତ କରାଇଥିଲେ । ବୈଠକରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଥିବା ଉଠାଜଳସେଚନ ପ୍ରକଳ୍ପକୁ ବିଦୁ୍ୟତ ସଂଯୋଗ ଦେଇ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏଥିରେ ୪୦ଟି ୨୫ କେଭିଏ, ୪୮ଟି ୬୩ କେଭିଏ ଏବଂ ୩ଟି ୧୦୦ କେଭିଏ ନୂଆ ଟ୍ରାନ୍ସଫରମର ଯୋଗାଇଦେବାକୁ ସେସୁକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ମନ୍ତ୍ରୀ ଓଡ଼ିଏସ୍‌ଏସ୍‌ପି ଅଧୀନରେ ଥିବା ୩୩/୧୧ କେଭି ସବ୍‌ଷ୍ଟେସନ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହିତ ସାଇଁଲୋ, ସମ୍‌ସେରପୁର, ଜାମଳଗଦା ଏବଂ ବାଲୁପଡ଼ା ଅଞ୍ଚଳରେ ଥିବା ୩୩/୧୧ କେଭିଏ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ଓପିଟିସିଏଲ୍‌ର ସିଜିଏମ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ମଙ୍ଗଳପୁର ନୂଆ ୧୩୨ କେଭି ସବ୍‌ଷ୍ଟେସନ୍‌କୁ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ୩୩ କେଭି ନୂଆ ଲାଇନ୍‌ ନିର୍ମାଣ ପାଇଁ ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାୟ ପ୍ରସ୍ତାବ ରଖିଥିଲେ । ଏହି ବୈଠକରେ ଓପିଟିସିଏଲ୍‌ ସିଜିଏମ୍‌ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ସେସୁର ସିଜିଏମ୍‌ ଶ୍ରୀ ସୁକାନ୍ତ ସ୍ୱାଇଁ, ସପରିଟେଣ୍ଡେଣ୍ଟ ଇଂଜିନିୟର ଶ୍ରୀ ପି.କେ. ସାହୁ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶିବପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।