ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଆଜି ୨୬୧୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୬୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୫୨୧ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୦୯୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୫ ହଜାର ୩୩୦୩ ରେ ପହଞ୍ଚିଛି । ଏହାଛଡ଼ା ଆକ୍ଟିଭ କେସ ୩୨ ହଜାର ୫୧ ଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨ ରେ ପହଞ୍ଚିଛି ।


ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୫, ବାଲେଶ୍ୱରରେ ୭୯, ବରଗଡ଼ରେ ୧୪୮, ଭଦ୍ରକରେ ୪୯, ବଲାଙ୍ଗୀରରେ ୧୦୯, ବୌଦ୍ଧରେ ୧୮, କଟକରେ ୧୩୬, ଦେବଗଡ଼ରେ ୧୮, ଢେଙ୍କାନାଳରେ ୭୪, ଗଜପତିରେ ୭, ଗଞ୍ଜାମରେ ୪୩, ଜଗତସିଂହପୁରରେ ୪୫, ଯାଜପୁରରେ ୧୧୨, ଝାରସୁଗୁଡ଼ାରେ ୪୬, କଳାହାଣ୍ଡିରେ ୪୪, କନ୍ଧମାଳରେ ୩୨, କେନ୍ଦ୍ରାପଡ଼ାରେ ୧୩୨, କେନ୍ଦୁଝରରେ ୧୦୭, ଖୋର୍ଦ୍ଧାରେ ୫୦୬, କୋରାପୁଟରେ ୪୩, ମାଲକାନାଗିରିରେ ୬୭, ମୟୂରଭଞ୍ଜରେ ୧୦୧, ନବରଙ୍ଗପୁରରେ ୫୯, ନୟାଗଡ଼ରେ ୩୮, ନୂଆପଡ଼ାରେ ୫୮, ପୁରୀରେ ୭୯, ରାୟଗଡ଼ାରେ ୨୬, ସମ୍ବଲପୁରରେ ୧୦୬, ସୋନପୁରରେ ୨୩ ଓ ସୁନ୍ଦରଗଡ଼ରେ ୯୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ଷ୍ଟେଟ ପୁଲରୁ ୧୦୬ ଜଣ ଚିହ୍ନଟ ହୋଇଛନ୍ତି ।