ସ୍ୱଦେଶକୁ ଫେରିଲେ ଓଡ଼ିଶାରେ ଫସିଥିବା ପର୍ଯ୍ୟଟକ

ଭୁବନେଶ୍ୱର: ନିଜ ଦେଶ ଭୁଟାକୁ ଫେରିଲେ ଓଡ଼ିଶାରେ ଫସିଥିବା ପର୍ଯ୍ୟଟକ । ଓଡ଼ିଶାରେ ଥିବା ଏହି ଭୁଟାନର ପର୍ଯ୍ୟଟକମାନେ ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ଫେରିଯାଇଛନ୍ତି । ରୟାଲ ଭୁଟାନ ଏୟାରଲାଇନସର  ଏକ ସ୍ୱତନ୍ତ୍ର ବିମାନ ଡ୍ରକଏୟାର ଭୁଟାନର ପାରୋରୁ ବାଙ୍ଗାଲୋର ଅଭିମୁଖେ ଯାଇଥିଲା ।

ସେଠାରେ ଥିବା କିଛି ପର୍ଯ୍ୟଟକଙ୍କୁ ଆଣିବା ପରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଅବତରଣ କରିଥିଲା । ଏହି ବିମାନରେ ଓଡ଼ିଶାରେ ଫସିଥିବା ୨୬ ଜଣ ପର୍ଯ୍ୟଟକ ଭୁଟାନର ପାରୋ ସହର ଅଭିମୁଖେ ଯାଇଛନ୍ତି । ଆଜି ଦିନ ୨ଟା ବେଳେ ଏହି ପର୍ଯ୍ୟଟକମାନେ ନିଜ ଦେଶକୁ ଫେରିଛନ୍ତି । ତେବେ ପର୍ଯ୍ୟଟକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦିଆଯାଇଥିଲା ।