ଆତ୍ମସମର୍ପଣ କଲେ ୨୫୦ରୁ ଅଧିକ ମାଓବାଦୀ

ମାଲକାନଗିରି: ଆଜି ୨୫୦ରୁ ଅଧିକ ମାଓବାଦୀ ଲାଲବାହିନୀ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ତେବେ ଏଭଳି ଘଟଣା ଘଟିଛି ମାଲକାନଗିରିର ମହୁପଦର ଅଂଚଳରେ ।

ଆଜି ହାଟ ପଦାରେ ଏମାନେ ମାଥିଲି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ମହୁପଦରରେ ପୋଲିସର ସ୍ଥାୟୀ ଶିବିର ହେବା ପରେ ସେହି ଅଂଚଳର ପ୍ରଶାସନର ମୌଳିକ ସୁବିଧା ପହଂଚିବ ଓ ଉନ୍ନତି ହେବାର ଆଶା ରଖିଛନ୍ତି ଏଠିକାର ଲୋକେ ।

ଗତ ଦିନରେ ଏମାନେ ପୋଲିସର ବିରୋଧରେ ମାଓବାଦୀଙ୍କ ପାଇଁ କାମ କରୁଥିଲେ। ଏବେ ସେମାନେ ସେମାନଙ୍କ ଭୁଲ ବୁଝିଲା ପରେ ପୋଲିସ ସହ ହାତ ମିଳାଇଛନ୍ତି। ପୂର୍ବରୁ ମହୁପଦର ଅଂଚଳ ମାଓବାଦୀଙ୍କ କବଜାରେ ରହିଥିଲା ୨୫୦ରୁ ଅଧିକ ମାଓବାଦୀଙ୍କ ସମର୍ଥକଙ୍କ ଆତ୍ମସମର୍ପଣ ପରେ ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ପୋଲିସ ଏଠାରେ ଆତ୍ମସମର୍ପଣ କରିଥିବା ଲୋକମାନଙ୍କୁ କମ୍ବଳ ଓ ଡ୍ରେସ ମାଗଣାରେ ବଂଟନ କରିଥିବା ଜଣାଯାଇଛି। ଏମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଆଶା କରାଯାଉଛି।