ଓଡ଼ିଶାର ୨୫ଜଣ ପୋଲିସ କର୍ମୀଙ୍କୁ ମିଳିବ ସ୍ପେଶାଲ ଅପେରେସନ ମେଡାଲ

ଭୁବନେଶ୍ୱର:ଓଡ଼ିଶାର ୨୫ଜଣ ପୋଲିସ କର୍ମଚାରୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ ମିଳିବ ସ୍ପେଶାଲ ଅପେରେସନ ମେଡାଲ । ଏଥିରେ ସମ୍ବଲପୁର ଏସପି କନୱାର ବିଶ୍ୱାଳ ସିଂହଙ୍କ ସମେତ ୨୫ଜଣ ଓଡ଼ିଶାର ପୋଲିସ ଅଫିସର ଏହି କେନ୍ଦ୍ର ମେଡାଲ ପାଇଁ ମନୋନୀତ ହୋଇଛନ୍ତି । 

ଚଳିତ ବର୍ଷ ମେ ୮ ତାରିଖରେ ମାଓ ବିରୋଧୀ ଅପେରେସନ ହୋଇଥିଲା । କୋରାପୁଟ ପାଡ଼ୁଆ ଜଙ୍ଗଲରେ ୫ଜଣ ମାଓବାଦୀଙ୍କୁ ନିପାତ କରିଥିଲେ ଯବାନ । ତେଣୁ ଏହି ସ୍ପେଶାଲ ମାଓ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବାରୁ ଓଡ଼ିଶାର ୨୫ଜଣ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେଡାଲ ପ୍ରଦାନ କରାଯିବ । ଏହି ମେଡାଲ ପାଇବା ପାଇଁ ସମ୍ବଲପୁର ଏସପି କନୱାର ବିଶ୍ୱାଳ ସିଂହଏସପି ନିରଞ୍ଜନ ସାହୁ, ଏସଆଇ ମନୋଜ ପ୍ରଧାନ, ଗୁରୁଦେବକର୍ମୀ, ଉମେଶ ସାହୁ, ହେମନ୍ତ ନିଆଲ, ସର୍ଜେଣ୍ଟ, ହାବିଲଦାର ଓ କନେଷ୍ଟେବଳଙ୍କ ସହ ମୋଟ ୨୫ଜଣ ପୋଲିସ କର୍ମଚାରୀ ମନୋନୀତ ହୋଇଛନ୍ତି ।