ରାଜ୍ୟରେ ପୁଣି ୨୫ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୨୭୧

ଭୁବନେଶ୍ୱର: ରାଜ୍ୟରେ ଆଉ ୨୫ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଂଚିଛି । ତେବେ ଏମାନଙ୍କ ମଧ୍ୟରୁ ୨୪ଜଣ ଗଞ୍ଜାମର ହୋଇଥିବାବେଳେ  ଆଉ ଜଣେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।