ଆଜି ୨୪୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏକ ଆଶ୍ୱସ୍ତିର ଖବର ମଧ୍ୟ ରହିଛି । ତାହା ହେଲା ରାଜ୍ୟରେ ଆଜି ଆଉ ୨୪୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଜପତି ଜିଲ୍ଲାରୁ ସର୍ବାଧିକ ୫୯ ଜଣ ସୁସ୍ଥ ହୋଇଥିବା ବେଳେ ଗଂଜାମରୁ ୪୧, ଖୋର୍ଦ୍ଧାରୁ ୩୮, କନ୍ଧମାଳରୁ ୧୭, ଝାରସୁଗୁଡାରୁ ୧୫, ସୁନ୍ଦରଗଡରୁ ୧୦ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିପରି କୋରାପୁଟରୁ ୭ ଜଣ ସୁସ୍ଥ ହୋଇଥିବା ବେଳେ ବରଗଡ ଓ ମୟୁରଭଂଜରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଜଗତସିଂହପୁରରୁ ମଧ୍ୟ ୫ ଜଣ ସୁସ୍ଥ ହୋଇଛନ୍ତି । କଟକ, ମାଲକାନଗିରି ଓ ନବରଂଗପୁରରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରରୁ ୨ ଓ କଳାହାଣ୍ଡିରୁ ଜଣେ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୫୧୮୯ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି ।