୭୪ରୁ ୨୪ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଛନ୍ତି

ଭୁବନେଶ୍ୱର: ରାଜ୍ୟରେ ବର୍ତମାନ ସୁଦ୍ଧା ୭୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ପଶ୍ଚିମବଙ୍ଗରୁ ଫେରିଛନ୍ତି । ଏମାନଙ୍କୁ ପଂଚାୟତ ସ୍ତରରେ ନିର୍ମାଣ ହୋଇଥିବା କ୍ୱାରେନଂଟାଇନ୍ ରେ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି, ପ୍ରତ୍ୟେକ ପଂଚାୟତରେ କରୋନା ମୁକାବିଲା ପାଇଁ ବ୍ୟବସ୍ଥା ହୋଇଛି । ବାହାରୁ ଫେରିଥିବା ଲୋକେ ୧୪ ଦିନ ସଙ୍ଗରୋଧରେ ରହିବେ । ସଙ୍ଗରୋଧ ସରିବା ପରେ ସରକାର ସେମାନଙ୍କୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ଦେବେ ।

ତେବେ ପଶ୍ଚିବବଙ୍ଗରୁ ଫେରିଥିବା ଲୋକେ ନିଜ ତରଫରୁ ନାମ ପଞ୍ଜୀକରଣ କରି କ୍ୱାରେନଂଟାଇନ୍ ରେ ରୁହନ୍ତୁ ବୋଲି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଯଦି ଜଣେ ବ୍ୟକ୍ତି ୨୮ ଦିନ ଭିତରେ ପଶ୍ଚିମବଙ୍ଗରୁ ଫେରିଥାନ୍ତି ନିଜର ନାମ ପଞ୍ଜୀକରଣ କରନ୍ତୁ । ସଂପୃକ୍ତ ବ୍ୟକ୍ତିମାନେ ସ୍ଥାନୀୟ ସରପଂଚ, ବିଡିଓ ଓ ତହସିଲଦାରମାନଙ୍କୁ ଜଣାଇପାରିବେ । ପଶ୍ଚିମବଙ୍ଗ ଫେରନ୍ତାଙ୍କୁ କ୍ୱାରେନଂଟାଇନ୍ ରେ ରଖିବାକୁ ସରକାର କର୍ତୃପକ୍ଷ ଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ବିଗତ ୨୪ ଘଂଟା ମଧ୍ୟରେ ମୋଟ ୧୩ ଜଣ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେଥିରୁ ଯାଜପୁର ଓ ଭଦ୍ରକ ଜିଲ୍ଲାରୁ ୫ ଜଣ ଲେଖାଏଁ ହୋଇଥିବା ବେଳେ ବାଲେଶ୍ୱରରୁ ୨ ଜଣ ଓ ବିଶ୍ରାରୁ ଆଉ ଜଣେ ଚିହ୍ନଟ ହୋଇଛନ୍ତି ।