ନଦୀକୁ ଖସିଲା ବରଯାତ୍ରୀ ବସ, ୨୪ ମୃତ

ଜୟପୁର: ରାଜସ୍ଥାନରେ ବଡ ଧରଣର ଦୁର୍ଘଟଣା । ବୁନ୍ଦି ଜିଲ୍ଲା କେଶୋରାୟପାଟଣା ନିକଟ ନଦୀକୁ ଖସିଲା ବରଯାତ୍ରୀ ବସ । ଦୁର୍ଘଟଣାରେ ୨୪ ମୃତ, ୪ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ସୂଚନାଯୋଗ୍ୟ, ବସରେ ମୋଟ ୨୮ ଜଣ ଲୋକ ଏକ ବିବାହ ସମାରୋହରେ ଯୋଗ ଦେଇ କୋଟାରୁ ସୱାଇମାଧୋପୁରକୁ ଯାଉଥିଲା । ହେଲେ ବସ ଚାଳକଙ୍କ ଆଖି ଲାଗି ଯିବାରୁ କୋଟା ଦୋସା ମେଗା ହାଇୱେ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ଲାଖୋରୀ ଏସଡିଏମ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପହଂଚି ଉଦ୍ଧାର କରୁଛନ୍ତି ।