ମୁଖ୍ୟମନ୍ତ୍ରୀ ଘୋଷଣା କଲେ ପ୍ୟାକେଜ୍‌: ୨୩ଟି ଧର୍ମୀୟ ଅନୁଷ୍ଠାନକୁ ୨୩କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମୀୟ ଅନୁଷ୍ଠାନର ବିକାଶ ନିମନ୍ତେ ପ୍ୟାଜେକ୍ ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ଥିବା ୨୩ଟି ଧର୍ମୀୟ ଅନୁଷ୍ଠାନ ପାଇଁ ୨୩କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ରତି ଅନୁଷ୍ଠାନ ପାଇଁ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି।

ଏହାମଧ୍ୟରେ ବରଗଡ଼ର ଶ୍ରୀ ନୃସିଂହନାଥ ମନ୍ଦିର, ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର, ବଲାଙ୍ଗିରର ହରିଶଙ୍କର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଢେଙ୍କାନାଳର କପିଳାସ ପୀଠ, ଜଗତସିଂହପୁରର ମା’ ଶାରଳା ପୀଠ, ଯାଜପୁରର ମା’ ବିରଜା ପୀଠ, କେନ୍ଦୁଝରର ପ୍ରଭୁ ବଳଦେବ ଜୀଉ ମନ୍ଦିର, କୋରାପୁଟର ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ଏବଂ ନବରଙ୍ଗପୁର ପାପଡ଼ାହାଣ୍ଡିର ନୀଳକଣ୍ଠେଶ୍ୱର ଏଭଳି ମୋଟ ୧୦ଟି ମନ୍ଦିର ରହିଛି। ଏହାବ୍ୟତୀତ ତାଲିକାରେ ୫ଟି ଚର୍ଚ୍ଚ, ୬ଟି ମସ୍‌ଜିଦ୍‌ ଓ ୨ଟି ଗୁରୁଦ୍ୱାରା ମଧ୍ୟ ରହିଛି।