ଆଜି ରାଜ୍ୟରେ ୨୨୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୨୨୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୨୯୪ ରେ ପହଞ୍ଚିଯାଇଛି। ଏହି ୨୨୪୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯୦ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ବାକି ୮୫୪ଟି ହେଉଛି ଲୋକାଲ୍ କେସ୍‌।


ଅନୁଗୁଳରୁ ୧୫, ବାଲେଶ୍ୱର୧୪୨, ବରଗଡ ୩୫, ଭଦ୍ରକ ୧୦୪, ବଲାଙ୍ଗିର ୩୭, ବୌଦ୍ଧ ୪୯, କଟକ ୧୯୪, ଢ଼େଙ୍କାନାଳ ୧୮, ଗଜପତି ୬, ଗଞ୍ଜାମ ୨୪୩, ଜଗତସିଂହପୁର ୧୬, ଯାଜପୁର ୯୮, ଝାରସୁଗୁଡା ୧୨, କଳାହାଣ୍ଡି ୬୭, କନ୍ଧମାଳ ୧୨୧, କେନ୍ଦ୍ରାପଡା ୨୭, କେନ୍ଦୁଝର ୧୩, ଖୋର୍ଦ୍ଧା ୩୧୧, କୋରାପୁଟ ୯୪, ମାଲକାନଗିରି ୯୮, ମୟୁରଭଞ୍ଜ ୯୧, ନବରଙ୍ଗପୁର ୨୧, ନୟାଗଡ଼ ୧୩, ନୂଆପଡା ୯, ପୁରୀ ୬୮, ରାୟଗଡା ୧୬୦, ସମ୍ୱଲପୁର ୩୫, ସୋନପୁର ୧୧, ସୁନ୍ଦରଗଡ଼ ୧୩୬ ଚିହ୍ନଟ ।