ମଧ୍ୟପ୍ରଦେଶ ରାଜନୀତି: ବିଜେପିରେ ସାମିଲ ହେଲେ ୨୨ କଂଗ୍ରେସ ବିଧାୟକ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତି ଦିନକୁ ଦିନ ନୂଆ ମୋଡ ନେଉଛି । କମଲନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ୨୨ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହୋଇଥିବା ଜଣାପଡିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ଏହି ମନ୍ତ୍ରୀ ଓ ବିଧାୟକମାନେ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରି ଇସ୍ତଫା ଦେଇଥିଲେ। ଆଜି ସେମାନେ ବିଜେପି ସଭାପତି ଜେ.ପି. ନଡ୍ଡାଙ୍କୁ ଭେଟିବା ସହ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ବିଧାୟକମାନେ ବିଜେପିରେ ସାମିଲ ହେବା ସମୟରେ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ।

୨୨ ବିଧାୟକ ଇସ୍ତଫା ଦେବା ପରେ କମଳନାଥ ସରକାରଙ୍କ ପାଇଁ ସଙ୍କଟ ବଢ଼ିଯାଇଥିଲା ଏବଂ ଗତକାଲି ବିଧାନସଭାରେ ଶକ୍ତି ପରୀକ୍ଷା ପୂର୍ବରୁ କମଳନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଥିଲେ।