ନିଜାମୁଦ୍ଦିନ୍ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୨ଜଣ, ଏସସିବିର ଆଇସୋଲେସନ୍ ରେ ହେଲେ ଭର୍ତି

କଟକ: ନିଜାମୁଦ୍ଦିନ୍ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୨ଜଣ ଆସିଥିବା ସୂଚନା ମିଳିଛି । ଏହି ୨୨ଜଣଙ୍କୁ ଏସସିବିର କରୋନା ୱାର୍ଡର ଆଇସୋଲେସନ୍ ରେ ରଖାଯାଇଥିବା ସୂଚନା ମିଳିଛି । ଏମାନଙ୍କର ସ୍ୱାବ ନମୁନା ପରୀକ୍ଷା କରାଯିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଯୁଦ୍ଧକାଳୀନ ଭିତିରେ ନିର୍ମାଣ କରିଥିବା କୋଭିଡ୍ ୧୯ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ସୂଚନା ଅନୁସାରେ,  କଟକରେ ନିର୍ମିତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ରାଜ୍ୟର ୬ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କଟକ, ପୁରୀ ଓ ଯାଜପୁରରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ ଆକ୍ରାନ୍ତଙ୍କ ସହିତ ଭଦ୍ରକ ଜିଲ୍ଲାର ୩ ଆକ୍ରାନ୍ତ ନବନିର୍ମିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

କରୋନା ସଂକ୍ରମିତ ଅଥବା ଲକ୍ଷଣ ଥିବା ରୋଗୀଙ୍କୁ ଆଉ କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି)ରେ ରଖାଯିବନାହିଁ। ସେମାନଙ୍କୁ ସିଡିଏସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ପ୍ରସ୍ତୁତ ‌ସ୍ୱତନ୍ତ୍ର କରୋନା ହସ୍ପିଟାଲରେ ଚିକିତ୍ସା ପାଇଁ ରଖାଯିବ ବୋଲି ନିଷ୍ପତି ହେବା ପରେ ଗତକାଲି ବିଳମ୍ବିତ ରାତିରେ ଏସସିବିରେ ଥିବା କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଛି।