ପଦୋନ୍ନତି ପାଇଲେ ୨୧୭୩ ଜଣ ଶିକ୍ଷକ; ଶୁଭେଚ୍ଛା ଜଣାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୨୧୭୩ ଜଣ ସରକାରୀ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି । ଏହି ସମସ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକ ପଦକୁ ଉନ୍ନତ ହୋଇଥିବା ଟୁଇଟ କରି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସମସ୍ତ ୨୧୭୩ ଜଣ ସରକାରୀ ଶିକ୍ଷକଙ୍କୁ ଏହି ଅବସରରେ ଶୁଭେଛା ଜଣାଇଛନ୍ତି ସମୀର । ଗତ ଦୁଇ ଦିନ ତଳେ ମନ୍ତ୍ରୀ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି । କିନ୍ତୁ ଟୁଇଟରରେ ମାଧ୍ୟମରେ ବିଭାଗୀୟ ମନ୍ତ୍ରୀ ଏହି ସୂଚନା ଦେବା ସହ ଅଭିନନ୍ଦନ ମଧ୍ୟ ଜ୍ଞାପନ କରିଛନ୍ତି ।