ପୁଣି ୨୧୦ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୨୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ୩୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୭୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିରେ ପଶ୍ଚିମବଙ୍ଗରୁ ଅମ୍ଫାନ ଡ୍ୟୁଟିରୁ ଫେରିଥିବା ୬ଜଣ  ଏନଡିଆରଏଫ୍ କର୍ମଚାରୀ ଅଛନ୍ତି।

ଆଜି ୧୮ଟି ଜିଲ୍ଲାରୁ ୨୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୪୭ଜଣ, ଗଜପତିରୁ ୨୯, ବଲାଙ୍ଗୀରରୁ ୧୧ଜଣ, ଢ଼େଙ୍କାନାଳ ଓ ମୟୁରଭଞ୍ଜରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୬, କେନ୍ଦୁଝର, କଟକରୁ ୫ଜଣ, ଯାଜପୁର ଓ ପୁରୀରୁ ୮ଜଣ, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ଜଣ, ନବରଙ୍ଗପୁର ଓ ବାଲେଶ୍ୱରରୁ ୨ଜଣ, ଦେବଗଡ଼, ଅନୁଗୁଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୬ଜଣ ଏନ୍‌ଡିଆର୍‌ଏଫ୍ ଯବାନ ଚିହ୍ନଟ ହୋଇଛନ୍ତି । ସେ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇ ଫେରିଥିଲେ ।