ଗଜପତି : ଗଜପତି ଜିଲ୍ଲାରେ ଟିଏମସି କ୍ୱାରେଣ୍ଟାଇନ ଅବଧିକୁ ୨୧ ଦିନକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯାଉଥିଲା । କିନ୍ତୁ ୧୪ ଦିନ ପରେ ବି ପଜିଟିଭ କେସ୍ ବାହାରୁଥିବାରୁ ନିଷ୍ପତ୍ତି ବଦଳିଲା । ତେଣୁ ଏଥର ପ୍ରବାସୀ ଗଜପତି ଜିଲ୍ଲାକୁ ଫେରିଲେ ୨୧ ଦିନିଆ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ରହିବ ।
ଲକ୍ଷଣ ଦେଖାନଗଲେ ୨୧ ଦିନ ପରେ ହଜାରେ ଟଙ୍କା ନେଇ ଟିଏମସି କେନ୍ଦ୍ର ଛାଡ଼ିବେ । ଘରକୁ ଯାଇ ୨୧ ଦିନ ପରେ ଆଉ ୭ ଦିନ ହୋମ କ୍ୱାରେଣ୍ଟାଇନ୍ ରେ ରହିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ହୋମ କ୍ୱାରେଣ୍ଟାଇନ ଶେଷ ହେବା ପରେ ଆଉ ହଜାରେ ଟଙ୍କା ପାଇବେ । ଟିଏମସିରେ ଥାଇ ଟେଷ୍ଟ ନେଗେଟିଭ ହେଲେ ବି ପୁରା ସମୟ କ୍ୱାରେଣ୍ଟାଇନ୍ ରେ ରହିବେଏବଂ ସେହି ସ୍ଥାନରେ ଅଲଗା ରହିବେ ।