କଟକ: କଟକରୁ ଆଜି ୨୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ୨୦୬ଜଣଙ୍କ ମଧ୍ୟରୁ କଣ୍ଟେନମେଣ୍ଟ ଜେନ୍ରୁ ୨୨ଜଣ, ଘରେ ସଙ୍ଗରୋଧରେ ଥିବା ୫୪ଜଣ, ଇନ୍ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍ରୁ ୪୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୭ଟି ମାମଲା ସାମ୍ନାକୁ ଆସିଛି।
#COVID19 update in Cuttack city (CMC area)
Out of the 337 new COVID-19 +ve cases reported today in #Cuttack district, 206 +ve cases belong to Cuttack city (CMC area).
Another 95 recoveries (29th August data) have been reported recently! KUDOS to all doctors & healthcare staff. pic.twitter.com/tnW2jstA7s
— CMC,Cuttack (@CMCCuttack) August 30, 2020
ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକରେ ଏଯାବତ ୪,୭୭୭କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୨,୮୧୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଏବେ ବି ୧,୯୩୮ଟି କରୋନା ସକ୍ରିୟ ମାମଲା ରହିଥିବା ବେଳେ ୨୬ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି।
ଇନ୍ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ୪୩ଜଣଙ୍କ ମଧ୍ୟରୁ ୯ଜଣ ଏସ୍ସିବି ମେଡିକାଲ ଆଇସୋଲେସନ୍ ଓ୍ଵାର୍ଡରୁ, ୫ଜଣ କରୋନା ଯୋଦ୍ଧା, ୨୧ଜଣ ପୁରୁଷ ଓ ୮ଜଣ ମହିଳାଙ୍କ କରୋନା ପଜିଟିଭ ଥିବା ଜଣାପଡ଼ିଛି। ସେହିପରି ଚାଉଳିଆଗଞ୍ଜ ନୂଆ ନିମ୍ବସାହି କଣ୍ଟେଣ୍ଟମେଣ୍ଟ ଜୋନ୍ରୁ ଆକ୍ରାନ୍ତ ହୋଇଥିବା ୨୨ଜଣଙ୍କ ମଧ୍ୟରୁ ୭ଜଣ ପୁରୁଷ ରହିଥିବା ବେଳେ ୧୫ଜଣ ମହିଳା ଥିବା କଟକ ମହାନଗର ନିମଗ ଟୁଇଟ କରି ଆଜି ସୂଚନା ଦେଇଛି।