ଭୁବନେଶ୍ୱର: ରାଜ୍ୟରେ ପୁଣି ୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହୋଇଛି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମରୁ ହୋଇଥିବାବେଳେ ୨ଜଣ ସୁନ୍ଦରଗଡ ଓ ଜଣେ ବୌଦ୍ଧରୁ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ୪୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୨୬ଟି ସକ୍ରିୟ ମାମଲା ରହିଛି ।