ବିଜେପିର ୨୦ ନବନିର୍ବାଚିତ ସାଂସଦ ଯିବେ ଦିଲ୍ଲୀ

ପ୍ରକାଶ ପାଇଛି ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ । ଓଡ଼ିଶା ଲୋକସଭା ଆସନରୁ ୨୦ଟି ସିଟରେ ବିଜେପି କରିଛି ବିଜୟ ହାସଲ । ଅନ୍ୟ ଏକଟି ସିଟ୍ କଂଗ୍ରେସ ହାସଲ କରିଛି । ତେବେ ଆଜି ବିଜେପି ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡକାଯାଇଛି । ସେଠାରେ ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ନବ ନିର୍ବାଚିତ ସାଂସଦ । ସରକାର ଗଠନ ସଂପର୍କରେ ମତାମତ ନେଇପାରନ୍ତି ଶୀର୍ଷ ନେତୃତ୍ୱ ।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ବୈଠକ ଗୁରୁତ୍ୱପୂର୍ଣ୍ଣ । ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରାଯିବ । ରାଜ୍ୟରେ ୨୦ ସାଂସଦ ବିଜୟ ହେବା ପରେ ଦିଲ୍ଲୀରେ ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେବ ।