ଆଜି ଚିହ୍ନଟ ହୋଇଥିବା ୨୦ କରୋନା ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୨୦ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୭ ଓ ମୟୂରଭଞ୍ଜ ଜିଲ୍ଲାରୁ ୩ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଓଡ଼ିଶାରେ ଚିନ୍ତା ବଢାଉଛନ୍ତି ସୁରତ ଫେରନ୍ତା । ଆଜି ଗଞ୍ଜାମରେ ଚିହ୍ନଟ ୧୭ ଜଣଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ଓ ଜଣେ ମହିଳା। ପୁରୁଷଙ୍କ ବୟସ ୧୮ବର୍ଷରୁ ୫୦ ବର୍ଷ ବୟସ ମଧ୍ୟରେ ରହିଛି। ମହିଳାଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ସୁରତ ଫେରନ୍ତା ।  ସମସ୍ତେ କ୍ୱାରେନଂଟାଇନ୍ ‌ ରେ ରହିଥିଲେ। ସେହିଭଳି ମୟୂରଭଞ୍ଜର ୩ ସମସ୍ତ ଆକ୍ରାନ୍ତ ପୁରୁଷ। ଆକ୍ରାନ୍ତଙ୍କ ବୟସ ୨୧, ୩୬ ଓ ୪୪ ବର୍ଷ। । ଏମାନେ ମଧ୍ୟ ସୁରତ ଫେରନ୍ତା ବୋଲି ସୂଚନା ଦିଆଯାଇଛି।