ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

ଛତିଶଗଡ଼ : କୁଆମୁଣ୍ଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ କ୍ୟାଡର ମାଓବାଦୀ ଓ ଅନ୍ୟ ଜଣେ ମହିଳା ମାଓବାଦୀ ଥିବା ଜଣାପଡିଛି । ମୃତ କ୍ୟାଡର ମାଓବାଦୀ ଏରିଆ କମିଟି ମେମ୍ବର ଭର୍ଗିଜ୍ ବୋଲି ଜଣାପଡିଛି । ବିଜେପି ବିଧାୟକ ଭୀମା ମାଣ୍ଡଭି ହତ୍ୟାରେ ମୃତ ମାଓବାଦୀ ଭର୍ଗିଜ୍ ସମ୍ପୃକ୍ତ ଥିଲା ।

ସୂଚନାଯୋଗ୍ୟ, କୋଆକୋଣ୍ଡା ଥାନା ଅନ୍ତର୍ଗତ ଧନୀକାରକା ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ଖବର ପାଇ ଡିଷ୍ଟ୍ରିକ୍‌ଟ ରିଜର୍ଭ ଗାର୍ଡ (ଡିଆର୍‌ଜି) ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା । ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ । ଫଳରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀ ଗୁଳିରେ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଥିଲେ । ପରେ ସ୍ଥାନୀୟଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।