୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍‌ ଠାରେ ଗୁରୁବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ନିହତ ହୋଇଛନ୍ତି ଦୁଇଜଣ ଆତଙ୍କବାଦୀ।

ଜମ୍ମୁ ଓ କଶ୍ମୀର ପୁଲିସ, ସିଆର୍‌ପିଏଫ ଓ ସେନାର ୨୨ଆର୍‌ଆରର ମିଳିତ ଦଳ ଆତଙ୍କବାଦୀମାନଙ୍କୁ କାବୁ କରିଥିଲେ। ଉକ୍ତ ସ୍ଥାନରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା କଥା ସେମାନଙ୍କୁ ବିଶ୍ବସ୍ତସୂତ୍ରରୁ ଖବର ପାଇବା ପରର କର୍ଡନ୍‌ ଆଣ୍ଡ୍ ସର୍ଚ ଅଭିଯାନ ଆରମ୍ଭ କରିଥିଲା ସୁରକ୍ଷାବଲ।ପ୍ରଥମେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସେମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଅଧିକ ସତର୍କତା ପାଇଁ ଉକ୍ତ ଅଞ୍ଚଳରେ ମୋବାଇଲ୍ ଇଣ୍ଟର୍‌ନେଟ୍ ସେବା କାଟି ଦିଆଯାଇଥିବା ସୂଚନା।