୨ ଆତଙ୍କବାଦୀ ନିହତ

ଶ୍ରୀନଗର:  ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ମେଲହୋରା ଠାରେ ମଙ୍ଗଳବାର ରାତିରେ ନିରାପତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଅନ୍ୟୂନ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ତମାମ ଗୁଳି ବିନିମୟ ଚାଲିଥିଲା ଏବଂ ନିରାପତ୍ତା ବଳ ଏ ପର୍ଯ୍ୟନ୍ତ ସେ ଅଂଚଳରୁ ଦୁଇଜଣ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରିଛନ୍ତି। ତୃତୀୟ ଆତଙ୍କବାଦୀକୁ ଏବେ ମଧ୍ୟ ଖୋଜା ଚାଲିଛି। ପଦାତିକ ବାହିନୀର ୫୫ ରାଷ୍ଟ୍ରୀୟ ରାଇଫଲ୍, ଶୋପିଆଁ ପୋଲିସ ଏବଂ ସିଆର୍‌ପିଏଫ୍‌ର ମିଳିତ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଶୋପିଆଁ ଏନକାଉଂଟର‌ ରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଏବେ ମଧ୍ୟ ତଲାସ ଅଭିଯାନ ଚାଲିଛି। ଶୋପିଆଁର ଜୈନପୋରା ଅନ୍ତର୍ଗତ ମେଲହୋରା ଠାରେ ନିରାପତା ବଳ ତଲାସକାରୀ ଟିମ୍ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଏନକାଉଂଟର ଆରମ୍ଭ ହୋଇଥିଲା। ଏହା ପରେ ଆତଙ୍କବାଦୀମାନଙ୍କୁ ନିପାତ କରିବାକୁ ସମଗ୍ର ଅଂଚଳକୁ କର୍ଡନ୍ କରାଯାଇ ତଲାସ ଅଭିଯାନ ଆରମ୍ଭ କରାଯାଇଛି ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି।