୨ ବରିଷ୍ଠ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗଞ୍ଜାମରେ ୪ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି କାରଣରୁ ଗଞ୍ଜାମର ସ୍ଥିତି ତଦାରଖ କରିବା ପାଇଁ ୨ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି । ଏହି ଦୁଇ ଜଣ ବରିଷ୍ଠ ଅଧିକାରୀ ହେଉଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଆରଏମଆରସି ଭୁବନେଶ୍ୱରର ବୈଜ୍ଞାନିକ ଜୟସିଂହ ଖତ୍ରି। ଏହି ଦୁଇ ଜଣ ଅଧିକାରୀ କରୋନା ମୁକାବିଲାର ତଦାରଖ କରିବେ ।