ଆଜି ଭୁବନେଶ୍ୱରରେ ପହଞ୍ଚିବ ସହିଦ ୨ ଯବାନଙ୍କ ମରଶରୀର

ଭୁବନେଶ୍ୱର: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିବ । ଅପରାହ୍ନ ୨ଟା ବେଳେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେମାନଙ୍କ ମର ଶରୀର ବିମାନ ବନ୍ଦରରେ ପହଞ୍ଚିବ ବୋଲି ସେନା ପକ୍ଷରୁ ସୂଚନା ମିଳିଛି ।ଚୀନ ସହ ରକ୍ତାକ୍ତ ସଂଘର୍ଷରେ କନ୍ଧମାଳ ଜିଲ୍ଲା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜ ଜିଲ୍ଲାର ନନ୍ଦୁରାମ ସୋରୋନ ସହିଦ ହୋଇଥିଲେ । ଚକ୍ରଧର ୨୦୧୪ରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିବା ବେଳେ ନନ୍ଦୁରାମ ୧୯୯୭ରେ ବିହାର-୧୬ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଶତ୍ରୁ ସହ ଲଢ଼ି ପ୍ରାଣ ବଳୀ ଦେଇଥିବା ଯବାନଙ୍କ ସହିଦ ଖବର ମିଳିବା ପରେ ସେମାନଙ୍କ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।