ଆଉ ୨ ପୋଲିସ କର୍ମଚାରୀ ଦାନ କଲେ ପ୍ଲାଜମା

ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ । ଗୁରୁତର ରୋଗୀଙ୍କ କ୍ଷେତ୍ରରେ ସଫଳତା ମିଳୁଛି । ଏପଟେ ପ୍ଲାଜମା ଦାନ ଭଳି ମହତ ଅଭିଯାନରେ ମିଳୁଛି ଯୋଗଦାନ । ଆଜି ଆଉ ଦୁଇ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି ।

2 police man donate plasma

କୋରାପୁଟ ଓଏସଏପି ତୃତୀୟ ବାଟାଲିୟନରେ କାର୍ଯ୍ୟରତ ତରୁଣ କୁମାର ଦାସ ଓ କୋରାପୁଟରେ ଫାଷ୍ଟ ଇଣ୍ଡିଆ ରିଜର୍ଭ ବାଟାଲିୟନରେ କାର୍ଯ୍ୟରତ ଟୁକୁନା ପ୍ରଧାନ କଟକ ଏସସିବିରେ ପ୍ଲାଜମା ଦାନ କରିଛନ୍ତି ।

ତରୁଣ ଓ ତପନ କରୋନା ସଂକ୍ରମିତ ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ଦୁଇ ପୋଲିସ କର୍ମଚାରୀ । ଏବେ ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାଇବା ଅଭିଯାନରେ ନିଜକୁ ସାମିଲ କରିଛନ୍ତି । ନିକଟରେ କରୋନାରୁ ସୁସ୍ଥ ହୋଇଥିବା ଅଗ୍ନିଶମ ବାହିନୀର ଦୁଇ ଜଣ କର୍ମଚାରୀ ପ୍ଲାଜମା ଦାନ କରିଥିଲେ ।