୨ ପିଆଜ ଚୋର ଗିରଫ

ମୁମ୍ବାଇ: ୨ଜଣ ପିଆ ଚୋର ପୋଲିସ ହାତରେ ଧରା ପଡିଛନ୍ତି । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବର୍ତମାନ ଦେଶର ଚାରିଆଡେ ପିଆଜର ଦର ଆକାଶଛୁଆଁ ହୋଇଥିବାବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ । ପିଆଜ ଚୋରି ହେବା ନେଇ ଖବର ଆସିବା ପରେ ପୋଲିସ ଦୀର୍ଘ ୬ ଦିନ ଧରି ଚୋରଙ୍କୁ ଖୋଜୁଥିଲା । ଏହାପରେ ପୋଲିସ ୨ଜଣ ପିଆଜକୁ ଧରିବାରେ ସକ୍ଷମ ହୋଇଛନ୍ତି । ଏହି ଚୋରମାନଙ୍କଠାରୁ ପ୍ରାୟ ୧୬୮ କିଲୋ ପିଆଜ ଜବତ କରିଛି ପୋଲିସ ।

ପ୍ରକାଶ ଯେ, ମୁମ୍ବାଇର ଡୋଗରି ବଜାରରୁ ପିଆଜ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା | ପିଆଜ ଚୋରି ହେବାର ଭିଡିଓ ମଧ୍ୟ ସିସିଟିଭିରେ ରେକର୍ଡ ହୋଇଥିଲା | ସ୍ଥାନୀୟ ବ୍ୟବସାୟୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ତନାଘନା ଆରମ୍ଭ କରିଦେଇଥିଲା | ସିସିଟିଭିର ଭିଡିଓକୁ ଦେଖି ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି |

ଏବେ ମୁମ୍ବାଇରେ ପିଆଜ କିଲୋ ପିଛା ୧୨୦ ଟଙ୍କାରେ ପହଁଚିଥିବାବେଳେ ଏହାର ସୁଯୋଗ ନେଇ ପିଆଜ ଚୋରି କରିବାକୁ ଚୋର ବାଟ ବାଛିଥିଲେ | ଏଥିପାଇଁ ସେମାନେ ବିଳମ୍ବିତ ରାତିରେ ବଜାରରେ ପିଆଜ ଚୋରି କରିବାକୁ ଆସିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି | ତେବେ ଏହି ଚୋରି ପଛରେ ଆଉ କାହାର ହାତ ରହିଛି ପୋଲିସ ଏବେ ଏହାର ତଦନ୍ତ କରୁଛି | ଚୋରି ହୋଇଥିବା ପିଆଜର ଆନୁମାନିକ ମୂଲ୍ୟ ୨୧ ହଜାର ଟଙ୍କା ବୋଲି ପୋଲିସ କହିଛି |