ବାଲେଶ୍ୱରରେ ୨ ନର୍ସଙ୍କୁ କରୋନା

ବାଲେଶ୍ୱର: ଏବେ ରାଜ୍ୟରେ ମାଡି ଚାଲିଛି କରୋନା । ପିଲାଠୁ ବୁଢା ଯାଏଁ କାହାକୁ ଛାଡୁନି ଏହି ମହାମାରୀ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଥିବା ବେଳେ ରାଜ୍ୟରେ ବର୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ଶହ ଟପିଛି । ତେବେ କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ଦୁଇ ନର୍ସ ବି କରୋନା  ପଜିଟିଭ  ଚିହ୍ନଟ ହୋଇଛନ୍ତି । ଏହି ଦୁଇ ନର୍ସ ବାଲେଶ୍ୱର କୋଭିଡ ହସ୍ପିଟାଲର ବୋଲି ଜଣାପଡିଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ । ବର୍ତମାନ କରୋନାରେ ଆକ୍ରାନ୍ତ ହୋଇଥିବା ଉକ୍ତ ଦୁଇ ନର୍ସ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ମଧ୍ୟ ପର୍ଯ୍ୟାୟକ୍ରମେ କ୍ୱାରେଂଟାଇନ୍ ରେ ରହୁଛନ୍ତି ବୋଲି ସୂଚନା ମିଳିଛି । ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ୧୪ ଦିନ ଲେଖାଏଁ କ୍ୱାରେଂଟାଇନ୍ ରେ ରହୁଛନ୍ତି । ଅନ୍ୟପଟେ ରାଜ୍ୟରେ ଆଜି ୧୫ଟି ଜିଲ୍ଲାରୁ ୬୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ୬୩ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଂଚିଛି  ।