ବ୍ରାହ୍ମଣୀ ନଦୀରେ ବୁଡି ୨ ନିଟ୍‌ ଛାତ୍ରୀଙ୍କ ମୃତ୍ୟୁ

ରାଉରକେଲା ବ୍ରାହ୍ମଣୀ ନଦୀରେ ବୁଡି ନିଟ୍‌ର ୨ ଛାତ୍ରଙ୍କ ଆଜି ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମୋଟ ୬ ଜଣ ଛାତ୍ରଛାତ୍ରୀ ଆଜି ବେଦବ୍ୟାସ ବୁଲିବାକୁ ଯାଇଥିଲେ। ସେମାନେ ସେଠାରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ। ଗାଧୋଇଲା ବେଳେ ୬ ଜଣଙ୍କ ଯାକ ବୁଡ଼ି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

କିନ୍ତୁ ଆଉ ୨ ଜଣ ବୁଡ଼ି ଯାଇଥିଲେ ଓ ସେମାନଙ୍କର ମୃତ୍ୟୁ ଘଟିଥିଲା। ଆରଜିଏଚ୍ ହସ୍ପିଟାଲରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଏମାନେ ସମସ୍ତେ ରାଉରକେଲା ନିଟ୍‌ରେ ଇଣ୍ଟର୍ଣ୍ଣ ଛାତ୍ର ଥିଲେ । ସେମାନେ ରାଉରକେଲା ସ୍ଥିତି ଏନଆଇଟିକୁ ଇଣ୍ଟର୍ଣ୍ଣଶିପ୍ କରିବା ପାଇଁ ଆସିଥିଲେ ବୋଲି ଜଣାପଡ଼ିଛି। ମୃତାହତଙ୍କ ପରିଚୟ ଜଣାପଡ଼ିନି।