ଯାଜପୁରରେ ପୁଣି ଦୁଇ କରୋନା ଚିହ୍ନଟ; ଓଡ଼ିଶାରେ ଛୁଇଁଲା ୧୫୬

ଭୁବନେଶ୍ୱର : ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଟୁଇଟ କରିଛି । ଆକ୍ରାନ୍ତଙ୍କ ମଧ୍ୟରେ  ଜଣେ ୫୫ ବର୍ଷିୟ ପୁରୁଷ ଓ ଆର ଜଣକ ବର୍ଷିୟ ପୁରୁଷ ଥିବା ସୂଚନା ମିଳିଛି। ଉଭୟ ଆକ୍ରାନ୍ତ କୋଲକାତାରୁ ଫେରିଥିବା ସୂଚନା ମିଳିଛି। ଉଭୟ ଆକ୍ରାନ୍ତଙ୍କ ଘର ବରୀ ବ୍ଲକର ବୋଲି ଜଣାଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ରେ ପହଞ୍ଚିଛି ।