ଭୁବନେଶ୍ୱରରୁ ଆଉ ଦୁଇ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଦିନକୁ ଦିନ ଏହା ବଢୁଛି ପଛେ ହେଲେ କମିବାର ନାଁ ନେଉନାହିଁ । ଆଜି ବି ଭୁବନେଶ୍ୱରରୁ ଆଉ ଦୁଇ କରୋନା ପଜିଟିଭ୍ଚି ହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଗାଡକଣ ଅଂଚଳର ଜଣେ ୪୬ ବର୍ଷୀୟା ମହିଳା । ସିଏ ଆପୋଲରେ କର୍ମଚାରୀ ବୋଲି ସୂଚନା ମିଳିଛି । ଅନ୍ୟଟି ହେଉଛି ହୋମକ୍ୱାରେଣ୍ଟାଇନ କେସ । ନୟାପଲ୍ଲୀ ଅଂଚଳର ଜଣେ ୩୦ ବର୍ଷୀୟ ପୁରୁଷ । ତାଙ୍କ ପରିବାରରେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ କରୋନା ପଜେଟିଭଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଛନ୍ତି ।