ହୀରାକୁଦ ଜଳଭଣ୍ତାରର ୨ଟି ଗେଟ ହେଲା ବନ୍ଦ

ସମ୍ବଲପୁର: ପୁଣି ହୀରାକୁଦ ଜଳଭଣ୍ତାର ୨ ଗେଟ ବନ୍ଦ ହେଲା । ପୁର୍ଵରୁ ୨ଟି ଖୋଲା ଥିବାବେଳେ ଗତକାଲି ସନ୍ଧ୍ୟାରେ ପୁଣି ୫ଟି ଗେଟ ଖୋଲିଥିଲା । ହୀରାକୁଦ ଜଳଭଣ୍ତାର ଉପର ମୁଣ୍ତରେ ବର୍ଷା ଆଶଙ୍କା ଥିବାରୁ ଗତକାଲି ଗେଟ ଖୋଲିଥିଲା । ତେଵେ ଜଳଭଣ୍ତାର ଜଳ ପ୍ରଵେଶ କମିଥିବାରୁ ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ଜଳଭଣ୍ତାର ଜଳସ୍ତର ୬୦୦ ଫୁଟ ରହିଛି । ତେଵେ ସେକେଣ୍ତ ପ୍ରତି ୩୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ମୋଟ ୫ ଟି ଗେଟ ଖୋଲାଯାଇଛି ।