ଆସନ୍ତା ୨୬ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଆସନ୍ତା ୨୬ ରେ ପ୍ରକାଶ ପାଇବ + ୨ ପରୀକ୍ଷା ଫଳ । ପ୍ରଥମ ଥର ପାଇଁ ଏକାଠି ସବୁ ବିଭାଗର ପରୀକ୍ଷା ଫଳ ବାହାରିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । ୨୬ ତାରିଖ ଅପରାହ୍ନରେ ବାହାରିବ ପରୀକ୍ଷା ଫଳ। www. orissaresults. nic. in ରେ ନିଜର ରେଜଲ୍ଟ ଦେଖପାରିବେ ପରୀକ୍ଷାର୍ଥୀ। ଡିଜି ଲକରରେ ମଧ୍ୟ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ।

ସୂଚନାଯୋଗ୍ୟ ଯେ, ମେ ୧୫ ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପୂର୍ବରୁ ଯୋଜନା କରାଯାଇଥିଲେ ହେଁ ତାହା ସଫଳ ହୋଇ ପାରି ନଥିଲା । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁନ୍ ମାସ ପୂର୍ବରୁ ରେଜଲ୍ଟ ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉଥିବା କୁହାଯାଇଥିଲା । ଆଜି ପରୀକ୍ଷା ଫଳାଫଳ ତାରିଖ ଘୋଷଣା ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।