ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ୱର : ଯୁକ୍ତ ଦୁଇ ଖାତା ଦେଖା ସୋମବାର ଠାରୁ ଆରମ୍ଭ ହେଉଛି। ଆଜିଠାରୁ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୧୮ ତାରିଖ ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ଏପ୍ରିଲ ୨୩ରୁ ଆରମ୍ଭ ହୋଇ ମେ’ ୨ ତାରିଖ ଯାଏ ଚାଲିବ। ସୂଚନା ଯୋଗ୍ୟ, ଏଥର ୫୮ଟି ମାନୁଆଲ ଓ ୩୬ଇ-ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖା ହେବ। ସମସ୍ତ ମୂଲ୍ୟାଙ୍କନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗା ଯାଇଛି। ମେ’ ମାସରେ ବିଜ୍ଞାନ ଓ ଜୁନ ମାସରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।