ପିକନିକ୍ ଯାଇ ପାଣିରେ ଗାଧୋଉଥିବାବେଳେ ବୁଡିଗଲେ ୨ ଛାତ୍ର

ସମ୍ବଲପୁର: ସମ୍ବଲପୁର ଦେବଝରଣରେ ପିକନିକ ଯାଇ ୨ ଇଞ୍ଜିନିୟରିଂ ଛାତ୍ର ଗାଧୋଉଥିବାବେଳେ ବୁଡିଯାଇ ସେମାନଙ୍କର ମୃତ୍ୟୁ ଘଟିଛି ।

ସୂଚନାଅନୁଯାୟୀ, ଆଜି ସମ୍ବଲପୁର ଭିସୁଟ୍‌ର କିଛି ଛାତ୍ର ଦେବଝରଣ ୱାଟରଫଲ ନିକଟକୁ ପିକନିକ ଯାଇଥିଲେ । ସେଠାରେ ସାଙ୍ଗମାନେ ଦେବଝରଣ ୱାଟରଫଲରେ ଗାଧୋଇବା ବେଳେ ହଠାତ୍ କୌଣସି କାରଣରୁ ୨ଜଣ ଛାତ୍ରଙ୍କ ଗୋଡ଼ ଖସିଯାଇଥିଲା । ୱାଟରଫଲ ପାଣି ସ୍ରୋତ ଅଧିକ ଥିବା ଫଳରେ ସେମାନେ ବୁଡ଼ିଯାଇଥିଲେ । ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ୨ ଛାତ୍ର ହେଲେ ଭିସୁଟ୍‌ର ସୌମ୍ୟରଂଜନ ବେଉରିଆ ଓ ଅଭିଜିତ ସାମଲ ।