ପୁଣି ୨ କରୋନା ଯୋଦ୍ଧା ହେଲେ କରୋନାର ଶିକାର

ଭୁବନେଶ୍ୱର:ପୁଣି କରୋନା ର ଆଗ ଧାଡ଼ିର ଯୋଦ୍ଧା କରୋନା ଆକ୍ରାନ୍ତ । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨ ଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଳାହାଣ୍ଡି ସିଡିଏମ୍‌ଓ ସୂଚନା ଦେଇଛନ୍ତି। ୨ ଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ଦୁଇ ଡାକ୍ତର ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଆଉ ଜଣେ ଆକ୍ରାନ୍ତ ତେଲେଙ୍ଗାନାରୁ ଫେରିଥିବା ଜଣେ ପ୍ରବାସୀ କରୋନାରେ ଆକ୍ରାନ୍ତ। ସେ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ଦିନ କ୍ୱାରେଣ୍ଟିନ୍‌ରେ ରହିବା ପରେ ଘରେ ଆଉ ୭ଦିନ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଥିଲେ।

ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ସମୟରେ ପ୍ରବାସୀ ଜଣକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ। ସେଠାରେ ଉକ୍ତ ୨ ମହିଳା ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କରୋନା ଟେଷ୍ଟ୍‌ କରାଯିବା ପରେ ସମ୍ପୃକ୍ତ ପ୍ରବାସୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କର ଚିକତ୍ସା କରିଥିବା ୨ ମହିଳା ଡାକ୍ତରଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଥିଲା। ସେମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା, ଯେଉଁଥିରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଦୁଇ ଡାକ୍ତରଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ପଠାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି। ଏହାପରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାନିଟାଇଜ୍‌ କରାଯିବା ସହ ଏହାକୁ ଅନିର୍ଦ୍ଦିଷ୍ଟକାଳ ଯାଏ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି।